ମହାଶୂନ୍ୟକୁ ‘ଜେଡ’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆଜି ୨୮ ଦିନରେ ପହଂଚିଛି । ଅନ୍ୟପକ୍ଷରେ ରୁଷ ସୈନିକଙ୍କ ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ମଧ୍ୟ କ୍ଷତିଗ୍ରସ୍ତ ହେଲାଣି । ଏହାରି ମଧ୍ୟରେ ରୁଷ ମହାଶୂନ୍ୟକୁ ସୋୟୁଜ-୨.୧ଏ ନାମକ ମହାକାଶଯାନ ବହନକାରୀ ରକେଟ ଉତକ୍ଷେପଣ କରିଛି ।

ମହାଶୂନ୍ୟକୁ ପ୍ରେରଣ କରାଯାଇଥିବା ଉକ୍ତ ରକେଟରେ ଜେଡ ଅକ୍ଷର ଲେଖାଯାଇଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନ ଆକ୍ରମଣରେ ସମ୍ପୃକ୍ତ ଥିବା ରୁଷର ସମସ୍ତ ଯୁଦ୍ଧ ଉପକରଣ ସବୁ ବ୍ୟବହାର କରୁଛି । ସେଥିରେ ମଧ୍ୟ ଜେଡ ସଙ୍କେତ ଅଛି । ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ଚାଲିଥିବା ୟୁକ୍ରେନ ଆକ୍ରମଣକୁ ସମର୍ଥନ କରିବାର ସଙ୍କେତ ହେଉଛି ‘ଜେଡ୍‌? ଅକ୍ଷର ।

ସେହିପରି ଟ୍ୟାଙ୍କ ଏବଂ ସାମରିକ ଟ୍ରକଗୁଡିକରେ ଜେଡ ଅକ୍ଷର ଲେଖାଥିବା ପ୍ରଥମେ ଦେଖା ଯାଇଥିଲା । ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ସୋସିଆଲ ମିଡିଆରେ ବିଭିନ୍ନ ଭଙ୍ଗୀରେ ଲେଖାଯାଇଥିବା ଜେଡ ଓ ଭି ଅକ୍ଷର ପୋଷ୍ଟ କରିଛି । ଉକ୍ତ ଅକ୍ଷରର ବାସ୍ତବ ଅର୍ଥ କ’ଣ ତା’ର କୌଣସି ସୂଚନା ଦିଆଯାଇନାହିଁ ।