ଭୁବନେଶ୍ୱର, (ଏସ୍ ନ୍ୟୁଜ): ଦେଶରେ କୋଭିଡ୍ ଦ୍ୱିତୀୟ ଲହରର ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଓଡିଶାରେ ଦୈନିକ ଅଧିକ ମାମଲା ସାମ୍ନାକୁ ଆସୁଛି । ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣର ଉପାୟ ଲାଗି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କରୋନା ସଂକ୍ରମଣ ରୋକିବା ପାଇଁ ଟେଷ୍ଟିଂ, ସର୍ଭଲାନ୍ସକୁ ଗୁରୁତ୍ୱ ଦିଆଯାଉଛି । ଲୋକେ କୋଭିଡ୍ କଟକଣା ମାନିବା, ହସ୍ପିଟାଲରେ ବେଡ୍, ଭେଣ୍ଟିଲେଟର ଆଦିର ସୁବିଧା କେନ୍ଦ୍ରୀୟ ଟିମ୍ ମନିଟର କରିବ ବୋଲି ଜଣାପଡ଼ିଛି ।