ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ ସଡକ ଦୃଘଟଣାରେ
ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି ।ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ ଆସୁଥିବା ଦୀପକ ନାମକ ଘରୋଇ ବସ୍ (ଓଆର୍ -୨୨ ୩୧୯୮)ର କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଏକ ସ୍କୁଟି (ଓଡି-୦୭-ଏନ୍-୧୯୬୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଏହାଫଳରେ ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଯୁବକଙ୍କ ପ୍ରାଣହାନି ଘଟିଥିଲା । ଦୁଇ ମୃତକ ହେଲେ ଗୋଷାଣି ନୂଆଗାଁର କୁନାଲ ସାହୁ ଓ କେ.ରାଜେଶ । ଉଭୟେ ନିଜ ଗାଁକୁ ଫେରୁଥିଲେ । ଘଟଣାସ୍ଥଳରେ କୋଟିନଡ଼ା
ଥାନା ପୁଲିସ ପହଞ୍ଚି ବସ୍ ଓ ସ୍କୁଟିକୁ ଜବତ କରିବା ସହ ବସ୍ ଚାଳକଙ୍କୁ ଅଟକ ରଖିଛି । ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ପୁଲିସ ।