ଓଡ଼ିଶା: ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ନିର୍ମାଣ ହେଉଥିଲା ତେଲୁଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ହେବା ପରେ ଏହି ଗୁମର ଖୋଲିଛି । ଲୋକଙ୍କଠାରୁ ଟଙ୍କା ଲୁଟିନେଇ ଏଥିରେ ଫିଲ୍ମ ନିର୍ମାଣ କରୁଥିଲେ ପୂର୍ବତନ ବିଧାୟକ । ଟଲିଉଡ଼ ଲିଙ୍କ ନେଇ ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ ଇଓଡବ୍ଲୁ ଗିରଫ କରିବା ପରେ କ୍ରାଇମବ୍ରାଂଚ ଏଡିଜି ପ୍ରତିକ୍ରିୟା ରଖିଛନ୍ତି । ୨୦୦୯ରୁ ୨୦୧୪ଭିତରେ ନୟାଗଡ, କଟକ, ଭୁବନେଶ୍ୱରରେ ବ୍ରାଂଚ କାର୍ଯ୍ୟାଳୟ କରିଥିଲେ। ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ଅଭିଯୋଗ କରିଥିବା ଜଣାପଡିଛି।