ଟ୍ୱିନସିଟିରେ ଗଣେଶ ପୂଜା ମନା!

ଭୁବନେଶ୍ୱର(ଏସ୍ ନ୍ୟୁଜ): ଏଥର କଟକ-ଭୁବନେଶ୍ୱରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି । କୌଣସି ମଣ୍ଡପରେ ଗଣେଶ ପୂଜା କରାଯାଇପାରିବ ନାହିଁ । କରୋନା କଟକଣା ଯୋଗୁଁ ଏଭଳି ନିଷ୍ପତି ନିଆଯାଇଛି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ତେବେ ଘର ଭିତରେ ସାମାଜିକ ଦୂରତା ରକ୍ଷା କରି ଅଳ୍ପ ସଂଖ୍ୟାରେ ପୂଜା କରାଯାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଉଲ୍ଲେଖଥାଉ କି, କରୋନା ଯୋଗୁଁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏଥିସହିତ ଗୋଟିଏ ଜାଗାରେ ୧୦ରୁ ଅଧିକ ଲୋକ ଏକତ୍ର ହେବା ଉପରେ କଟକଣା ରହିଛି । ସାମାଜିକ ଦୂରତାକୁ ବିଶେଷ ଫୋକସ କରାଯାଉଛି । କରୋନାକୁ ପ୍ରତିହତ କରିବାକୁ ହେଲେ କୋଭିଡ଼ ନିୟମକୁ ପାଳନ କରିବାକୁ ପଡିବ । ଏହାକୁ ନଜରରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଯଦି କେହି ଆଇନ ଭାଙ୍ଗି ଗଣେଶ ପୂଜା କରନ୍ତି, ସେମାନଙ୍କ ଉପରେ ଆଇନଗତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି ।