ଭୁବନେଶ୍ୱର(ଏସ୍ ନ୍ୟୁଜ) ରାଜଧାନୀ ଉପଖଣ୍ଡରେ ଆସୁଥିବା ବାଳକାଟୀରେ ବାେମାମାଡ଼ ଘଟଣା ସାମ୍ନାକୁ ଆସିଛି। ସାଇଫନ୍ ଛକ ଠାରେ ଥିବା ଏକ ଘର ଉପରେ ଗତକାଲି ରାତିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ସୋମବାର ରାତ୍ରି ପ୍ରାୟ ୧୦ଟା ୩୦ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସେଠାରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ସାଇଫନ୍ ଛକରେ ଥିବା ଘର ନିକଟରେ ବସିଥିବା ତିନି ଯୁବକଙ୍କୁ ଟାର୍ଗେଟ କରି ଲଗାତର ତିନୋଟି ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ଦୁଇଟି ବୋମା ତଳେ ପଡି ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା।
ତେବେ ଏହି ବୋମାମାଡ଼ରେ କାହାରି କିଛି କ୍ଷତି ହୋଇନାହିଁ। ଖବର ପାଇ ବାଳକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି। ଅଫୁଟା ବୋମାକୁ ନିସ୍କ୍ରିୟ କରିଛି ପୋଲିସ୍। ପୂର୍ବ ଶତ୍ରୁତାରୁ ଏଭଳି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି।