କୋରାପୁଟ, (ଏସ୍ ନ୍ୟୁଜ): ଲମତାପୁଟ ପାଲଟିଛି ସବୁଜ ଜହରର ହବ୍ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓଙ୍କ ନେତୃତ୍ୱରେ ବଡପଡ଼ା ଘାଟି ନିକଟ ଜଙ୍ଗଲରେ ଚଢଉ କରିଥିଲେ । ଜଙ୍ଗଲରେ ଚୋରା ଚାଲଣ ପାଇଁ ଗଞ୍ଜେଇ ଗଛିତ ରଖାଯାଇଥିବା ଖବର ମିଳିଥିବା ନେଇ ଲମତାପୁଟ ପୋଲିସକୁ । ସୂଚନା ପାଇ ଜଲାପୁଟ ପୋଲିସ ଦୁଇଟି ଟିମ୍ ଗଠନ କରି ଜଙ୍ଗଲକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା । ଜଙ୍ଗଲରେ ପୁଳା ପୁଳା ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲା ପୋଲିସ । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଥାନ୍ତା । ଜଙ୍ଗଲରୁ ୩୯ଟି ବସ୍ତା ଗଞ୍ଜେଇ ବସ୍ତା ଜବତ କରିଛି ପୋଲିସ । ଏଥିରେ ଏକ ଟନ ୧୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି । ଏହାର ମୁଲ୍ୟ ପ୍ରାୟ ଏକ କୋଟି ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।