କୋଭିଡ୍: ପୁଣି ରାଜ୍ୟରେ ୧୦ ମଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୦ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨ ଛୁଇଁଛି। ଏଥିସହ ଆଜି ରାଜ୍ୟରେ ୨୬୦୨ ନୂଆ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି।

ଗତ ତିନି ଦିନରେ ରାଜ୍ୟରେ ଯଥାକ୍ରମେ ୩୦୧୪, ୩୨୫୨, ୩୬୮୨ ଲେଖାଁଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଆଜିର ସଂଖ୍ୟାକୁ ଦେଖିଲେ ପଜିଟିଭ୍ ସଂଖ୍ୟା ବହୁତ କମ୍ ଆସିଛି। ସେହିଭଳି ଶନିବାର ରାଜ୍ୟରେ ସର୍ବାଧିକ ୧୪ ଜଣ ପ୍ରାଣ ହରାଇଥିଲେ। ଗତକାଲିର ରିପୋର୍ଟରେ ୧୨ ଜଣ ଏବଂ ଆଜିର ସୂଚନା ମୁତାବକ ୧୦ ଜଣଙ୍କ ଜୀବନ ଯାଇଛି।

ବର୍ତ୍ତମାନ ରାଜ୍ୟରେ ୨୯,୭୫୮ ଆକ୍ଟିଭ ମାମଲା ରହିଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ହଜାର ୫୩୬ ଛୁଇଁଛି ଏବଂ ମୋଟ ସୁସ୍ଥଲାଭ କରିଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୭୩,୨୩୩।