୧୦ ଡିଗ୍ରୀ ତଳେ ୧୧ ସହର

ରାଜ୍ୟବ୍ୟାପି ଶୀତର ଲହରି ଜାରି ରହିଛି …

ଭୁବନେଶ୍ୱର: ରାଜ୍ୟବ୍ୟାପି ଶୀତର ଲହରି ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଅନୁଗୁଳ ଓ ଝାରସୁଗୁଡା ୩ ଜିଲାକୁ କୋଲଡ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିା ସୂଚନା ଅନୁସାରେ, ଆସନ୍ତା ୧୦ରୁ କୋରାପୁଟ, କନ୍ଧମାଳ ,କଳାହାଣ୍ଡି ,ସୋନପୁର ,ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା ,କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଏହି ୧୦ ଜିଲ୍ଲାକୁ ୧୨ ତାରିଖ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ।  “ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୪୮ ଘଣ୍ଟା ଘନ କୁହୁଡିର ପ୍ରଭାବ ରହିବ। ଘନ କୁହୁଡ଼ିର ଦୃଶ୍ୟମନକୁ ନେଇ କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ଯାତାୟାତ ପାଇଁ ସତର୍କତା ଜାରି କରିଛି ବିଭାଗ।

ଅପରପକ୍ଷେ ଆସନ୍ତା ୭ ଦିନ ଦିନ ଯାଏଁ ପାଗ ଶୁଖିଲା ରହିବ। ରାଜ୍ୟରେ ଶୀତ ଜାରି ହୋଇଥିବା ବେଳେ ଗତ ୨୪ ଘଣ୍ଟ।।ରେ ୧୧ ସହରରେ ୧୦ ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଜି. ଉଦୟଗିରି ୪.୩ଂ, ସେମିଳିଗୁଡା ୪.୬ଂ, ଫୁଲବାଣୀ ୭.୨ଂ, ଝାରସୁଗୁଡା ୭.୪ଂ , ଦାରିଙ୍ଗବାଡି ୭.୫ଂ , ରାଉରକେଲା ୭.୬ଂ , ଚିପିଲିମା ୮ଂ, ଅନୁଗୁଳ ୮ଂ, କିରେଇ ୮.୯ଂ, ଭବାନୀପାଟଣା ୯ଂ ଓ ନବରଙ୍ଗପୁର ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୭.୨ ଥିବା ବେଳେ ପାହାଡିଆ  ଅଞ୍ଚଳରେ ଜି ଉଦୟଗିରିରେ ୪.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଫୁଲବାଣୀରେ ଘନ କୁହୁଡି ପରିଲିକ୍ଷିତ ହୋଇଛି।