ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧୮୯ ନୂଆ କରୋା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ବାକି ୧୭୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ ଛୁଇଁଛି। ଏଥିସହ ପୁଣି ୧୧ ଆକ୍ରାନ୍ତଙ୍କ ଜୀବନ ନେଇଛି ଏହି ମହାମାରୀ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୬, ପୁରୀରୁ ୨୬୫, ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭, ମୟୁରଭଞ୍ଜରୁ ୧୭୪ ଏବଂ ବାଲେଶ୍ୱରରୁ ସର୍ବାଧିକ ୧୫୦ ଜଣ ରହିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ୨୪୩ ଯବାନ ଏବଂ ଅଧିକାରୀ ମଧ୍ୟ ଓଡ଼ିଶାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୩୮୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୯୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୬୦୪୧୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।