କଟକ(ଏସ୍ ନ୍ୟୁଜ): କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲ ବ୍ୟାଙ୍କରୁ ଆଜି ସକାଳେ ଡକାୟତି ହୋଇଥିବା ସୂଚନା ମିଳିଛି ।
ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା କୁହାଯାଉଛି।
ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।