ଭୁବନେଶ୍ୱର(ଏସ୍ ନ୍ୟୁଜ): ହିରାକୁଦ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବଢ଼ିପାଣି ନିଷ୍କାସିତ ହୋଇଛି । ଛତିଶଗଡ଼ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଭାବେ ୧୨ଟି ଗେଟ୍ ଖୋଲାଯାଇଛି ।
ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୪୧ ଫୁଟ୍ ରହିଛି । ଆଗକୁ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବା ବେଳେ ପ୍ରତିଶେଧକ ଭାବେ ୧୨ଟି ସ୍ଲୁଇସ୍ ଗେଟ୍ ଆଗୁଆ ଖୋଲାଯାଇଛି । ଏହାଦ୍ବାରା ଜଳସ୍ତରକୁ କଣ୍ଟ୍ରୋଲରେ ରଖାଯାଇପାରିବ ।
ଏବେ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୨,୦୪,୦୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଆଉ ଡ୍ୟାମ୍ ମଧ୍ୟରୁ ୧,୯୩,୩୫୩ କ୍ୟୁସେକ୍ ଜଳ ନିଷ୍ପାସନ କରାଯାଉଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।