କମିଶନରେଟ ପୁଲିସରେ ବଡଧରଣର ଅଦଳବଳ ; ୧୭ଜଣ ଇନସ୍ପେକ୍ଟରଙ୍କ ବଦଳି

ଭୁବନେଶ୍ୱର(ଏସ୍.ନୁ୍ୟଜ୍) : କଟକ-ଭୁବନେଶ୍ୱର କମିଶନରେଟ ପୁଲିସରେ ସୋମବାର ଦିନ ବଡ ଧରଣର ଅଦଳବଦଳ ହୋଇଛି । ଦୁଇଜଣ ଅତିରିକ୍ତ ଡିସିପି, ୧୭ଜଣ ଇନସ୍ପେକ୍ଟର ଓ ୭ଏସଆଇ/ଏଏସ୍ଆଇଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ତୁରନ୍ତ ବଦଳିସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । କମିଶନରେଟ ମୁଖ୍ୟାଳୟରେ ଥିବା ଭରତ ଚନ୍ଦ୍ର ସାହୁଙ୍କୁ କ୍ୟାପିଟାଲ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଶରତ ଚନ୍ଦ୍ର ସାହୁଙ୍କୁ ନୂଆପଲ୍ଲୀ ଥାନା ଅଧିକାରୀ, ଯୁବରାଜ ସ୍ୱାଇଁଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁଙ୍କୁ ଖାରବେଳନଗର, କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତିଙ୍କୁ ଲକ୍ଷ୍ମୀସାଗର,ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ବଡଗଡ, ଦୀପକ ମିଶ୍ରଙ୍କୁ ଏୟାରଫିଲ୍ଡ, ଅଞ୍ଜଳୀ ଛୋଟରାୟଙ୍କୁ ଟ୍ରାଫିକ ଥାନା (୨), ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଧଉଳୀ, ଟ୍ରାଫିକ (୨) ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ତମାଣ୍ଡୋ, ଶହୀଦନଗର ଥାନା ଅଧିକାରୀ ବିରଞ୍ଜୀ ନାରାୟଣ ପତିଙ୍କୁ ଚୌଦ୍ୱାର, ଖଣ୍ଡଗିରି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ବାଦାମବାଡି ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ମର୍କତନଗର ଥାନା ଅଧିକାରୀ ରବିନ୍ଦ୍ର ମେହେରଙ୍କୁ ଜଗତପୁର, ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ ନାୟକଙ୍କୁ ମର୍କତ ନଗର, ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଓ ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୁଷଣ ସ୍ୱାଇଁଙ୍କୁ ଶହୀଦନଗର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ଏଥିସହିତ ଦୁଇ ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟସାହାଣୀଙ୍କ ଭୁବନେଶ୍ୱର ୟୁପିଡି ଓ ସୁବାଶ ଚନ୍ଦ୍ର ମହାନ୍ତିଙ୍କୁ ଆଇବି ସେକ୍ସନ ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୬ଜଣ ଏସଆଇ ଓ ଜଣେ ଏଏସଆଙ୍କୁ ବଦଳି କରାଯାଇଛି ।