ଭୁବନେଶ୍ବର: ଆଜି ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫କୁ ବୃଦ୍ଧି ପାଇଛି।
୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିପରି ଅନୁଗୁଳ ଜିଲ୍ଲାରୁ ୭୯, ବାଲେଶ୍ବର ଜିଲ୍ଲାରୁ ୬୧, ବରଗଡ଼ ଜିଲ୍ଲାରୁ ୯୯, ଭଦ୍ରକରୁ ୧୧, ବଲାଙ୍ଗୀର ଜିଲ୍ଲାରୁ ୫୩, ଦେବଗଡ଼ରୁ ୯ ଓ ବୌଦ୍ଧ ଜିଲ୍ଲାରୁ ୧୮, ଢେଙ୍କାନାଳ ଜିଲ୍ଲାରୁ ୬୪, ଗଜପତିରୁ ୪, ଗଞ୍ଜାମ ଜିଲ୍ଲାରୁ୧୯, ଜଗତସିଂହପୁର ଜିଲ୍ଲାରୁ ୬୮, ଯାଜପୁର ଜିଲ୍ଲାରୁ୪୧, ଝାରସୁଗୁଡ଼ା ଜିଲ୍ଲାରୁ୨୮, କଳାହାଣ୍ଡି ଜିଲ୍ଲାରୁ ୭୨, କନ୍ଧମାଳ ଜିଲ୍ଲାରୁ ୭୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦, କେନ୍ଦୁଝର ଜିଲ୍ଲାରୁ ୭୨, କୋରାପୁଟ ଜିଲ୍ଲାରୁ ୩୮, ମାଲକାନଗିରି ଜିଲ୍ଲାରୁ ୩୯, ମୟୂରଭଞ୍ଜ ଜିଲ୍ଲାରୁ ୧୨୧, ନବରଙ୍ଗପୁର ଜିଲ୍ଲାରୁ ୨୬, ନୟାଗଡ଼ ଜିଲ୍ଲାରୁ ୨୯, ନୂଆପଡ଼ା ଜିଲ୍ଲାରୁ୮୬, ପୁରୀ ଜିଲ୍ଲାରୁ ୫୮, ରାୟଗଡ଼ ଜିଲ୍ଲାରୁ ୧୬, ସମ୍ବଲପୁର ଜିଲ୍ଲାରୁ ୪୩ , ସୁବର୍ଣ୍ଣପୁର ଜିଲ୍ଲାରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଅନ୍ୟପଟେ କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଜି ସୁନ୍ଦରଗଡରୁ ସର୍ବାଧିକ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର, କେନ୍ଦୁଝର, ଦେଓଗଡ଼, ନୂଆପଡା, କଟକ, କେନ୍ଦ୍ରାପଡା, ଅନୁଗୁଳ, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ ମୋଟ୍ ୨,୭୫,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୬୯୨ ରହିଛି।