+୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନେ ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ କଳାରେ ପାସ୍‌ ହାର ୮୯.୪୯ % ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କଳାରେ ୧ଲକ୍ଷ ୯୮ ୩୬୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଯୁକ୍ତଦୁଇ କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ କରିଛନ୍ତି । ସେହିପରି ଏକ୍ସରେଗୁଲାରରେ ପାସ୍‌ ହାର ୨୬ % ରହିଛି । ଧନ୍ଦାମୂଳକରେ ପାସ୍‌ ହାର ୮୨.୦୨ ପ୍ରତିଶତ ରହିଛି ।