ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି ।
ତେବେ ମୃତକଙ୍କ ମଧ୍ୟରୁ ଜଗତସିଂହପୁର, ନୂଆପଡ଼ା ଓ ପୁରୀରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ଅନ୍ୟପଟେ ରାଜ୍ୟରେ ୩୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍ରେ ହୋଇଥିବା ବେଳେ ୧୫୭ଟି ହେଉଛି ସ୍ଥାନୀୟ କେସ ରହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୬, ବରଗଡ଼ରେ ୧୭, ଭଦ୍ରକରେ ୭, ବଲାଙ୍ଗିରରେ ୧୦, କଟକରେ ୧୯, ଢେଙ୍କାନାଳରେ ଜଣେ, ଗଜପତିରେ ୨, ଗଞ୍ଜାମରେ ୪, ଜଗତସିଂହପୁରରେ ୧୩, ଯାଜପୁରରେ ୯, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୭, କନ୍ଧମାଳରେ ଜଣେ, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୬, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୩, ନୟାଗଡ଼ରେ ୨, ନୂଆପଡ଼ାରେ ୧୮, ପୁରୀରେ ୧୦, ରାୟଗଡ଼ାରେ ୪, ସମ୍ବଲପୁରରେ ୨୫, ସୋନପୁରରେ ୧ ଓ ସୁନ୍ଦରଗଡ଼ରେ ୩୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଦେବଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ କେହି ଚିହ୍ନଟ ହୋଇନାହାନ୍ତି।ସେହିପରି ଷ୍ଟେଟ୍ପୁଲ୍ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଦେବଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ କେହି ଚିହ୍ନଟ ହୋଇନାହାନ୍ତି।
ସେଇପରି ୩୫୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୮୬୧ରେ ପହଞ୍ଚିଥିବା ବେଳେ ୩,୨୦,୯୪୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୨୯ ଜଣ ଚିକିତ୍ସାଧୀନ ରହିଛନ୍ତି।