ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ ପାଇଁ ସରକାରୀ, ସରକାରୀ ଅନୁବନ୍ଧିତ, ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀଙ୍କୁ ତିନି ଦିନ ଛୁଟି ମଞ୍ଜୁର କରିବାକୁ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମିନା ଆଦେଶ କରାଯାଇଥିଲା।
ଏଥି ସହିତ ସେସମସ୍ତ ବିଭାଗର ପ୍ରମୁଖ ସଚିବ, ଆୟୁକ୍ତ ତଥା ସଚିବ, ବିଭାଗୀୟ ମୁଖ୍ୟ ଅଧିକାରୀ, ତିନି ରାଜସ୍ୱ ଆୟୁକ୍ତ, ସମସ୍ତ ଜିଲାପାଳ, ବେସରକାରୀ ଅନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀଠାରୁ ଦୂରରେ ଚାକିରି କରିଥିବା ଭୋଟରଙ୍କୁ ଛୁଟି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି।ତେବେ କର୍ମଚାରିଙ୍କୁ ଏଥିପାଇଁ ଲିଖିତ ଭାବରେ ଆବେଦନ କରିବାକୁ ପଡ଼ିବ।