ଭୁବନେଶ୍ୱର,(ଏସ୍ ନ୍ୟୁଜ) : ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ୩ ମାସର ଅର୍ଥାତ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଦେଢ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯିବ । ଏହାସହ ଅନ୍ୟ ସମସ୍ତଙ୍କୁ ଘରେ ପେନସନ ଦିଆଯିବ । ଏହାଦ୍ୱାରା ନିଷ୍ପତ୍ତି ଦ୍ୱାରା ଅନେକ ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।