“ମୋ ଝିଅକୁ ହତ୍ୟା କରାଯାଇଛି”-shaksi news

ନୟାଗଡ଼( ଏସ୍ ନ୍ୟୁଜ ): ମୋ ଝିଅ ହତ୍ୟାକାଣ୍ଡରେ ଆମ ଗାଁ ଲୋକଙ୍କ ସମ୍ପୃକ୍ତି ରହିଛି। ମୋ ଝିଅ କୁ ମାରି ଦିଆଯାଇଛି। କିନ୍ତୁ କିଏ ହତ୍ୟା କରିଛି ମୁଁ ଜାଣିନି।” ଆଜି ନୟାଗଡ଼ର ୩ ବର୍ଷୀୟ ଝିଅ ସ୍ୱାତୀର ମୃତଦେହ ମିଳିବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତା’ ବାପା ସଞ୍ଜୟ ସାହୁ। “ଗତକାଲି ଗାଁରେ ବୈଠକ ବସିଥିଲା। ଏହି ସମୟରେ ଗାଁରେ ଚୋର ପଶିଛନ୍ତି ବୋଲି ହାଲ୍ଲା ହେଲା। ବୈଠକ ଅଧାରୁ ସମସ୍ତେ ଚୋରକୁ ଧରିବା ପାଇଁ ପାଖ ଜଙ୍ଗଲକୁ ଚାଲିଗଲେ। ଆଉ ଆଜି ସକାଳେ ପୋଖରୀରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ସଞ୍ଜୟ କହିଛନ୍ତି ।

ସେପଟେ ହତ୍ୟାରେ ଗାଁ ଲୋକ ସଂପୃକ୍ତ ଥିବା କହିବାରୁ ସଞ୍ଜୟକୁ କେତେକ ଲୋକ ଘେରି ଯାଇ ଠେଲାପେଲା କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି ।