ଦେଶକୁ ନୂଆ ଦିଗ ଦେବ ୩୩% ମହିଳା ସଂରକ୍ଷଣ: ଉପମୁଖ୍ୟମନ୍ତ୍ରୀ

ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ….

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ। ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ସ୍ୱରକୁ ଆହୁରି ଶାଣିତ କରିବ। ପୂର୍ବ ଅପେକ୍ଷା ମହିଳା ଅଧିକ ସଶକ୍ତ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି ହୋଇଛନ୍ତି। ପୁରୁଷଙ୍କଠାରୁ ମହିଳା ଭୋଟରଙ୍କ ପ୍ରତିଶତ ବି ଅଧିକ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରଠୁ ମହିଳାଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରି ଚାଲିଛନ୍ତି।