୧୫ ଡିଗ୍ରୀ ତଳେ ରାଜ୍ୟର ୪ ସହର

ଭୁବନେଶ୍ୱର : ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବାକୁ ଲାଗୁଛି । ଏଥିମଧ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ଏହି ୪ଟି ସହର ହେଉଛି- ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା।

ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଲାଣି। ଏଠାରେ ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡ଼ାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ଓ କଟକର ତାପମାତ୍ରା ଯଥାକ୍ରମେ ୨୦.୬ ଓ ୧୯ ଡିଗ୍ରୀ ରେକର୍ଡ କରାଯାଇଛି। ଆଗକୁ ଶୀତ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।