ପ୍ରଚଣ୍ଡ ଶଦ୍ଦରେ ଥରିଲା ଓଡ଼ିଶାର ୪ ଜିଲ୍ଲା

ଭୁବନେଶ୍ୱର: ପୁଣି ପ୍ରଚଣ୍ଡ ଶଦ୍ଦରେ ଥରିଲା ରାଜ୍ୟର ୪ ଜିଲ୍ଲା । ବଲେଶ୍ୱର ସହ ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କେତକ ଅଂଶ ଏହି ପ୍ରଚଣ୍ଡ ଶଦ୍ଦ ଶୁଣାଯାଇଥିଲା । କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା । ପ୍ରଚଣ୍ଡ ଶଦ୍ଦ ଶୁଣି ଭୟଭୀତ ହୋଇ କିଛି ଲୋକ ବାହାରକୁ ବାହାରି ଆସିଥିଲେ ।

ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ହୋଇଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ଲୋକ କହୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ଏହା ପୂର୍ବରୁବାଲେଶ୍ୱର ଏବଂ ବାରିପଦାରେ ପୁଣି ଥରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବାର ସୂଚନା ମିଳି ଥିଲା । ଯାହାଫଳରେ ଲୋକମାନେ ଭୟଭିତହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହାପୂର୍ବରୁ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ।