ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କୋରନା ସଂକ୍ରମଣ କମୁଥିବାବେଳେ କରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ଆଉ ୪୬ ମୁଣ୍ଡ ନେଇଛି କରୋନା ସଂକ୍ରମଣ । ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୧୦୯ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ପ୍ରାଣ ହରାଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।