ସମ୍ବଲପୁର: ହୀରାକୁଦରେ ଆଜି ଖୋଲିଛି ଆଉ ୫ଟି ଗେଟ୍ । ଏବେ ମୋଟ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପୁଣି ପର୍ଯ୍ୟାୟ କ୍ରମେ ୯ଟି ଗେଟ ଖୋଲିବ । ୯ଟି ଗେଟ୍ ଖୋଲିବା ପରେ ମୋଟ ୪୦ ଗେଟ ଦେଇ ଜଳ ନିଷ୍କାସିତ ହେବ । ହୀରାକୁଦ ଗେଟ ଖୋଲିବା ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ବଢ଼ୁଛି ହୀରାକୁଦର ଜଳସ୍ତର । ଡ୍ୟାମରେ ୬୨୬ଫୁଟ ଟପିଛି ଜଳସ୍ତର । ସୁଦ୍ଧା ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଆସୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସିକ୍ ଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଂଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏବେ ୨୬ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।