ଓଡ଼ିଶା କୁ ବାତ୍ୟା ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ ୫୦୦କୋଟିର କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର,(ଏସ୍ ନ୍ୟୁଜ) : ଓଡ଼ିଶାକୁ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପ୍ରାକୃତିକ ବିପର୍ଯ୍ୟୟ ଘଟାଇ ସାରିଲା ପରେ ଘଡ଼ିସନ୍ଧି ମୁହୂର୍ତ୍ତରେ ନରେନ୍ଦ୍ର ମୋଦି ସରକାର କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି,ବାତ୍ୟା ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ ଓଡ଼ିଶାକୁ ୫୦୦ କୋଟିର କେନ୍ଦ୍ରୀୟ ସହାୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯ଼ାଇଛି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଏହି ଅବସରରେ ଓଡ଼ିଶା ପକ୍ଷରୁ କୌଣସି ସହାୟତା ମଗାଯ଼ାଇନଥିଲା ବରଂ ନିୟମିତ ହେଉଥିବା ବାତ୍ୟାର ମୁକାବିଲା କରିବାକୁ ଦୀର୍ଘମିଆଦି ଭିତ୍ତିଭୂମି ବିକାଶ କରିବାକୁ ପାଣ୍ଠି ମଗାଯ଼ାଇଥିଲା ।

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଥିଲେ ଯ଼େ ଦେଶ ଏକ କୋଭିଡ ମହାମାରୀର ସମ୍ମୁଖୀନ ହେବାକୁ କେନ୍ଦ୍ର ସରକାରଙ୍କୁ ତୁରନ୍ତ କୌଣସି ଆର୍ଥିକ ସହାୟତା ମଗାଯ଼ାଇନାହିଁ । ତେବେ ରାଜ୍ୟରେ ବାତ୍ୟା ସହନଶୀଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯ଼ାଇଥିବା ସେ ଲେଖିଥିଲେ ।