ହିଞ୍ଜିଳିକାଟୁ,(ଏସ୍ ନ୍ୟୁଜ): ମଙ୍ଗଳବାର ଅପରାହ୍ଣରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ଦିନିକିଆ ଗସ୍ତରେ ଆସି ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମର ସ୍ମାର୍ଟ କ୍ଲାସ ବୁଲି ଦେଖିଛନ୍ତି । ହିଞ୍ଜିିଳିକାଟୁ ପୌରପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ ୫ଟି ସଚିବ । ସ୍ମାର୍ଟ କ୍ଲାସ ଓ ଲାଇବ୍ରେରୀ କ୍ଲାସ ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ହିଞ୍ଜିଳିର ସମସ୍ତ ସ୍କୁଲର ଅଧୁନିକୀକରଣକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ମିଶ୍ର, ବିଡିଓ ସୁବ୍ରତ ଜେନା, ତହସିଲଦାର ପ୍ରଭାତ ପରିଡ଼ା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବହୁତ ରାଜନେତା ଉପସ୍ଥିତ ଥିଲେ ।