୬ ଚୋରା ମଦ ବ୍ୟବସାୟୀ ଗିରଫ : ୧୨୭ ଲିଟର ମଦ ଜବତ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲା ଅବକାରୀ ଏସ୍‌ପି ସେକ୍‌ ଆସଫ ଅଲ୍ଲିଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ୫ଜଣିଆ ଟିମ୍‌ ଜଳେଶ୍ୱର ଥାନାର ବର୍ତ୍ତନା, ନାମ୍ପୋ, ତାଳବଣିଆ, ରାଇବଣିଆ, କୁମୁଚିଆ, ତେନ୍ତୁଳା, କମର୍ଦ୍ଦା ଥାନାର ଉଲୁଡା, ଦାହୁଣୁଦା, କାଜିବାଗ ଓ ନହରା ଗାଁରେ ଚଢାଉ କରି ମୋଟ ୧୨୭ଲି. ପଶ୍ଚିମବଂଗ ପ୍ରସ୍ତୁତ ଦେଶୀମଦ ଜବତ୍‌ କରିଛନ୍ତି । ଏହା ସହିତ ତେନ୍ତୁଳା ଗାଁର ରବିନ୍ଦ୍ର ମହନ୍ତ, ନାମ୍ପୋ ଗାଁର ସୁଧିର ମାରାଣ୍ଡି, କୁମୁଚିଆ ଗାଁର ପ୍ରଫୁଲ୍ଲ ସିଂ, ଦାହଣଦା ଗାଁର ରାଧାକାନ୍ତ ଦାସ, ଉଲୁଡା ଗାଁର ପିତାମ୍ବର ରଣା ଓ ବର୍ତ୍ତନା ଗାଁର ବସନ୍ତ ସାମଲକୁ ଗିରଫ କରି ଜଳେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢାଉରେ ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ୱାଇଁ, ବାବାଜୀ ପଣ୍ଡିତ ଓ ପିଙ୍କି ମାରାଣ୍ଡି ସାମିଲ ଥିଲେ ।