ବରଗଡ଼,,(ଏସ୍ ନ୍ୟୁଜ): ୭୫ ତମ ସ୍ଵାଧୀନତା ଦିବସ ଅବସରରେ ତଥା ବରଗଡ ରକ୍ତ ଭଣ୍ଡାର ଏବଂ ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ସେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ତରଫରୁ ବରଗଡ ସର୍ବେଶ୍ଵର ମଣ୍ଡପ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରରେ ମୁଖ୍ୟ ଅତିଥି ଭାବରେ ଦେଶ ମାତୃ ଭୂମି କୁ ରକ୍ଷା କରିବାକୁ ଯାଇ ନିଜର ସର୍ବଚ୍ଚ ବଳିଦାନ ଦେଇ ଯାଇଥିବା ବରଗଡ ଖଣ୍ଡତା ମାଟିର ବିର ପୁତ୍ର ସହିଦ ରଞ୍ଜନ ଦାସଙ୍କ ମାଁ କୁମଦିନି ଦାସ ପ୍ରଥମେ ଦ୍ଵୀପ ପ୍ରଜ୍ବଳନ କରି ରକ୍ତଦାନ ଶିବିର କୁ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l
ଏହି ରକ୍ତଦାନ ଶିବିରରେ ୧୨ ଜଣ ମହିଳା ରକ୍ତଦାତା ସମେତ ସର୍ବମୋଟ ୭୫ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଙ୍ଗୃହିତ ହୋଇଥିଲା । ସ୍ଵାଧୀନତା ଦିବସରେ ରକ୍ତଦାନ ଭଳି ଶ୍ରେଷ୍ଠ ଦାନ କରିଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଥିବା କହିଛନ୍ତି ରକ୍ତଦାତା ମାନେ । ଉକ୍ତ ରକ୍ତଦାନ ଶିବିର ରେ ମାଁ ଶ୍ୟମା କାଲି ମନ୍ଦିର କମିଟି ର ସମ୍ପାଦକ ରାଜେଶ୍ ଶତପଥୀ,ସହ ସମ୍ପାଦକ ଲଲାଟେନ୍ଦୁ ବେହେରା,ସତ୍ୟ ରଥ,ପ୍ରମୋଦ ବିଶି,ବିଜୟ ମିଶ୍ର,ସରୋଜ ମହାପାତ୍ର, ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର, ବରଗଡ଼ JAB ର ସଭାପତି ରବିନାରାୟଣ ପଣ୍ଡା ଙ୍କ ବିଶେଷ ସହଯୋଗ ରହିଥିବା ବେଳେ ରକ୍ତଦାନ ଶିବିର ପରିଚାଳନା ରେ ସଂକଳ୍ପ ପରିବାର ର ସମସ୍ତ ସଦସ୍ୟ ସହଯୋଗ ରହିଥିଲା l ତେବେ ଏପରି ଏକ ସଙ୍କଟ ସମୟରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଉଥିବା ସମୟରେ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଥିବାରୁ ସମସ୍ତ ରକ୍ତଦାତା ମାନଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ସଂକଲ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ ଓ ବିକାଶ ଅଗ୍ରୱାଲ ।