ସମ୍ବଲପୁର ବ୍ୟାଙ୍କ ଲୁଟ୍ ଘଟଣା: ଜଣେ ନାବାଳକ ସହ ୯ ଡକାୟତ ଗିରଫ-Shaksi News

ସମ୍ୱଲପୁର(ଏସ୍ ନ୍ୟୁଜ): ସମ୍ବଲପୁର ଲଇମୁରା ବ୍ୟାଙ୍କ ଲୁଟ୍ ଘଟଣା । ଘଟଣାରେ ଜଣେ ନାବାଳକଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି । ଏବଂ ଆଉ ଦୁଇ ଜଣ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୋଲିସ । ଗତ ୯ତାରିଖ ଅପରାହ୍ନରେ ସମ୍ବଲପୁର ଲଇମୁରା ୟୁନିୟନ୍ ବ୍ୟାଙ୍କକୁ ଯାଉଥିବା ଭ୍ୟାନ୍‌ରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ ।

ତେବେ ବ୍ୟାଙ୍କର ଟଙ୍କାର ଲୁଟି କାର କିଣିଥିଲେ ଦୁର୍ବୃତ୍ତ । ୬ ଡକାୟତ ତିନିଟି ବାଇକ୍‌ରେ ଆସି ନିଛାଟିଆ ଜଙ୍ଗଲିଆ ରାସ୍ତାରେ ପ୍ରଥମେ ଗାଡ଼ିକୁ ଅଟକାଇବା ସହ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଗାଡିରେ ଥିବା ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଘଟଣାରେ ଜିଲ୍ଲା ପୋଲିସର ୪ଟି ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

ସେପଟେ ଲୁଟ୍‌ ଘଟଣାରେ ମୋଟ ୧୧ ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ କାର ସହ ମୋଟର ସାଇକେଲ , ୮ଟି ମୋବାଇଲ, ଭୁଜାଲି ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ଜବତ ହୋଇଥିବା କାରଟିକୁ ଦୁର୍ବୃତ୍ତମାନେ ଲୁଟ ଟଙ୍କାରେ କିଣିଥିବା ଜଣାପଡ଼ିଛି । ଏବଂ ଘଟଣାର ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତନାଘନା କରିବ ପୋଲିସ ।

୧୦ ଲକ୍ଷ ଜବତ ୯ ଗିରଫ ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଜଣେ ନ ବାଳକ ୧୦ ଲକ୍ଷ ୯ ହଜାର ସହ ସୁନା ଜବତ କତୁରୀ ଛୁରୀ ୭ ଟି ବାଇକ ୮ ମୋବିଲେ ଛାତ୍ର କୁଚିଣ୍ଡା ୧୧ ସମ୍ପୃକ୍ତ ୯ ତାରିଖରେ ଲାଇମୁରା ୟୁନିଅନ ବ୍ୟାଙ୍କ ମାରଣାସ୍ତ୍ର ଦେଖାଇ