ପୁରୀ ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ ବସ୍

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପୁରୀ ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଛିଡା ହୋଇଥିବା ବେଳେ ଘଟିଛି ଅଗ୍ନିକାଣ୍ଡ । ୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । କେଉଁ କାରଣରୁ ନିଆଁ ଲାଗିଲା, ଜଣାପଡ଼ିନି। ତେବେ ମୃତାହତ ନେଇ କୌଣସି ସୂଚନା ଆସି ନାହିଁ। ଗୋଟିଏ ବସ୍‌ରେ ନିଆଁ ଲାଗିବା ପରେ ପାଖ ଦୁଇଟିକୁ ବ୍ୟାପି ଥିଲା। ୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଗୋଟିଏ ବସରେ ନିଆଁ ଲାଗିବା ପରେ ପାଖ ଦୁଇଟି ବସକୁ ବ୍ୟାପିଥିଲା ।