ଓଡ଼ିଶା ବଜେଟ୍ ୨୦୨୬-୨୭ ପୂର୍ବରୁ ମୋହନଙ୍କ ‘ଦହି-ଚିନି’ ଖାଇବା ଝଲକ

ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଥିଲେ ମାନ୍ୟବର ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଶୁଭ ପ୍ରତୀକ ଭାବେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ଲୋକ ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ‘ଦହି-ଚିନି’ ଖୁଆଇଛନ୍ତି ।

ଏହି ସାକ୍ଷାତକାର ସମୟରେ ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗାମୀ ବଜେଟ୍ ପ୍ରସ୍ତାବଗୁଡ଼ିକର ରୂପରେଖ ଓ ପ୍ରାଥମିକତା ବିଷୟରେ ମାନ୍ୟବର ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ।

ଏହି ସୌଜନ୍ୟମୂଳକ ସାକ୍ଷାତ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାରେ ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଥିଲେ।