ପାରାଦ୍ବୀପ : ପାରାଦ୍ବୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍ ଜାହାଜ ଏମ୍.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ ଟନ୍ ବିଶିଷ୍ଟ ଏହି ଜାହାଜ ବନ୍ଦରର ବଥ-୧ ରେ ଲାଗିଛି। ଜାହାଜର ଲମ୍ବ ୨୯୨ ମିଟର ଓ ପ୍ରସ୍ଥ ୪୫ ମିଟର ବୋଲି ସୂଚନା ମିଳିଛି। ଏହି ଜାହାଜରେ ୟୁଏଇର ମୀନାସାକର ପୋର୍ଟରୁ ଲାଇମଷ୍ଟୋନ ଓ ପାଓରେକ୍ସନାଇଟ୍ ବୋଝେଇ ହୋଇ ଆସିଛି।
ଏହାର ଆମଦାନୀକାରୀ ସଂସ୍ଥା ଜେଏସ୍ପିଏଲ୍ ଥିବାବେଳେ ଷ୍ଟିଭେଡର୍ସ ସଂସ୍ଥା ସିୱେଜ ସିପିଂ ଲଜିଷ୍ଟିକ ଲିମିଟେଡ ବୋଲି ଜଣାପଡିଛି। ଏହି ବୃହତ ଜାହାଜରୁ ଠିକ୍ ଭାବେ ବର୍ଥିଂ ଓ ପଣ୍ୟ ଖଲାସ କରିବା ପାଇଁ ଜେଏସ୍ପିଏଲର ବରିଷ୍ଠ ଅଧିକାରୀ ଜି.ବି.ମିଶ୍ର ଓ ସିୱେଜ କମ୍ପାନୀ ମ୍ୟାନେଜର ରାଘବେନ୍ଦ୍ର ବର୍ମା ଉପସ୍ଥିତ ରହିଛନ୍ତି।