ପରିବେଶ ସନ୍ତୁଳନ ଏବଂ ଜନ ସମାଜ ପାଇଁ ବୣକ୍ଷର ଆବଶ୍ୟକତା ସମ୍ପର୍କରେ ଆଗାମୀ ପିଢ଼ି ମଧ୍ୟରେ ସଚେତନତା ସୣଷ୍ଟି କରିବା ପାଇଁ କେନ୍ଦୁଝର ଜିଲ୍ଲା ଝୁମୁରା ବ୍ଲକ ଅନ୍ତର୍ଗତ ଗୁମୁରା ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ବୣନ୍ଦାବନ ମହାନ୍ତ ଙ୍କ ସଭାପତିତ୍ୱରେ ବାମେବାରୀ ସେକ୍ସନର ଫରେଷ୍ଟର ବୁଲୁ ନାହାକ ଏକ୍ସ ଫରେଷ୍ଟର ରାଜେନ୍ଦ୍ର କୁମାର ଜେନା , ମିତ୍ରଭାନୁ ନାଏକ, ଜ୍ଞାନରଞ୍ଜନ କର, ସୁବ୍ରତ ପାତ୍ର, ସହିତ ନୟାଗଡ଼ ପଞ୍ଚାୟତର ସରପଞ୍ଚ ସୁରେଶ କୁମାର କାଣ୍ଡି ବଡ଼ କାଳିମାଟି ପଞ୍ଚାୟତର ସରପଞ୍ଚ ପାନପତି ମୁଣ୍ଡା, ସମିତି ସଭ୍ୟା ଅଷ୍ଟମୀ ମୁଣ୍ଡା ମଲଦା ପଞ୍ଚାୟତର ସରପଞ୍ଚ ଦିବାକର ନାଏକ ସମିତି ସଭ୍ୟା ଗୀତା ବାରିକ, ନୟାଗଡର ଗଗନ ନାଏକ ସହିତ ତିନି ପଞ୍ଚାୟତର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।
ପରିବେଶ ପାଇଁ ଗଛର ମହତ୍ୱ ବୁଝାଇବା ସହ ଏହା କିପରି ଆମ ଜୀବନ ଓ ଜୀବିକା ସହିତ ଜଡିତ ତା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫଳ ଧାରଣକାରୀ ଗଛ ଭଳି ବିଭିନ୍ନ କିସମର ପ୍ରାୟ ଶହେରୁ ଉର୍ଦ୍ଧ ଚାରା ବଣ୍ଟନ କରିବା ସହ ବଡ଼ କାଳିମାଟି ପଞ୍ଚାୟତ ଅଫିସ ପରିସରରେ ବୣକ୍ଷ ରୋପଣ କରାଯାଇଥିଲା । ଏହାସହିତ ପ୍ରତ୍ୟେକ ପଞ୍ଚାୟତକୁ ଚାରାଗଛ ଯୋଗାଇ ଦେବା ପାଇଁ ବନ ଅଧିକାରୀ ପ୍ରତିଶୃତି ଦେଇଥିଲେ ।