ଭୁବନେଶ୍ୱର: ପାଲ ଚୋରି କରୁଥିବା ସମୟରେ ପ୍ରାଣ ଚାଲିଯାଇଥିଲା ଜଣେ ଯୁବକଙ୍କ । ଟ୍ରେନ୍ ଉପରେ ଦେଇ ଯାଇଥିବା ବିଦ୍ୟୁତ୍ ତାର ର ସଂସ୍ପର୍ଶରେ ଆସି ଜଳିଗଲେ ସେହି ଯୁବକ ।
ତାଙ୍କ ପରିଚୟ ମିଳିନଥିଇବା ବେଳେ ଅନୁମାନ କରାଯାଉଛି ସେ ଛ ଗାଁର ବାସିନ୍ଦା ହୋଇପାରନ୍ତି । କଟକ ଜିଲ୍ଲା ସ୍ତିତ ଗୁରୁଡ଼ିଝାଟିଆ ରେଳ ଷ୍ଟେସନର ପାର୍କିଂରେ ଏହି ଅଘଟଣ ଘଟିଛି ।
ଖବର ଅନୁସାରେ, ଶୁକ୍ରବାର ଭୋର ସକାଳେ ଯୁବକ ଜଣକ କୋଇଲା ବୋଝେଇ ଟ୍ରେନ୍ ଉପରୁ ପାଲ ଚୋରି କରୁଥିଲେ ଓ ସେହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଯାଇଥିଲେ ।ଏହି ଘଟଣା ଦେଖି ଅଖା ପାଖ ଲୋକମାନେ ଧାଇଁ ଆସିଥିଲେ ଘଟଣାସ୍ଥଳକୁ ହେଲେ ସେ ଯୁବକ ଜଣକ ଶରୀର କିଛି ସମୟ ମଧ୍ୟରେ ଜଳିଯାଇଥିଲେ । ପରବର୍ତୀ ସମୟରେ ରେଲୱେ ପୋଲିସ ଏବଂ ରେଲ ବିଭାଗର ଅଧିକାରୀ ଆସି ତଦନ୍ତ ପ୍ରକ୍ରିୟା ଜାରି କରିଥିଲେ ।