ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ ମିଳିଲା

ଭୁବନେଶ୍ୱର,(ଏସ୍ ନ୍ୟୁଜ‌):  ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଜାମିନ୍ ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମାନେ ଗିରଫ ହୋଇଥିଲେ । ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନଥିବାରୁ ଜାମିନ ମିଳିଛି । ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ ୨ ଲକ୍ଷ ଟଙ୍କା ଦୁଇ ଜାମିନଦାର ବଦଳରେ ଜାମିନ ଦିଆଯାଇଛି । ହାଇକୋର୍ଟରେ ମଧ୍ୟ ଉଭୟ ବାପ-ପୁଅ ଜାମିନ ଆବେଦନ କରିଛନ୍ତି । ଭିଜିଲାନ୍ସ ବ୍ୟତିତ କ୍ରାଇମବ୍ରାଞ୍ଚ ଓ କିମଶନରେଟ୍ ପୋଲିସରେ ପାଠକଙ୍କ ନାଁରେ ମାମଲା ରହିଛି । ତେଣୁ ଜାମିନ ପାଇଥିଲେ ମଧ୍ୟ ପାଠକ ବାପ-ପୁଅ ବର୍ତ୍ତମାନ ଜେଲରେ ରହିବେ ।