ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ନିଶ୍ଚିତକୋଇଲି, (ଏସ୍‌ ନ୍ୟୁଜ): ସାଲେପୁର-ଛତିଆ ରାସ୍ତା ର କୁଆଁପାଳ ତେଲଟାଙ୍କି ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ମାହାଙ୍ଗା ମଧୁପୁର ଗାଁର ମୁକ୍ତାର ମହମ୍ମଦ । ଗୁରୁତର ଆହତଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାକଯାଇଛି । ଏପଟେ ମୃତଦେହକୁ ମାହାଙ୍ଗା ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ତଦନ୍ତ ଚଳାଇଛି ।