ଭୁବନେଶ୍ୱର: ବୈଷ୍ଣବ ଧର୍ମର ବିଶିଷ୍ଟ ପ୍ରଚାରକ ଆଚାର୍ଯ୍ୟ ଧର୍ମରାଜ ଅକ୍ଟୋବର ଦୁଇ ତାରିଖରେ ଭୁବନେଶ୍ୱରରେ ପହଂଚିବେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଚାର୍ଯ୍ୟ ଭୁବନେଶ୍ୱର ନିକଟରେ ଏକ ଆଶ୍ରମ ପାଇଁ ଜମି ଚୟନ କରିବେ । ଓଡ଼ିଶାର ୩୦ଟି ଜିଲ୍ଲାରେ ଆଶ୍ରମ ପ୍ରତିଷ୍ଠା କରିବା ଯୋଜନା ରହିଛି ।
ଆଚାର୍ଯ୍ୟଙ୍କ ମତରେ ପରିବେଶ ସଫାସୁତୁରା ରଖିବାକୁ ହେଲେ ପ୍ରତି ଗ୍ରାମରେ ଯଜ୍ଞ କରାଯିବା ନିହାତି ଦରକାର । ପ୍ରତି ବିଦ୍ୟାଳୟ, ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଯଜ୍ଞାନୁଷ୍ଠାନ କରାଯିବାର ଯଥାର୍ଥତା ରହିଛି । ଆଜିର ପିଲାମାନେ ଯଜ୍ଞାନୁଷ୍ଠାନ ପ୍ରତି ମୁହଁ ବୁଲାଇ ନେଉଛନ୍ତି । ଗଣେଶ ପୂଜା, ସରସ୍ୱତୀ ପୂଜା ହେଲେ ବିଦ୍ୟାଳୟକୁ ଆସି ପୁଷ୍ପାଞ୍ଜଳି ଦେଇ ଚାଲି ଯାଉଛନ୍ତି । କେହି ଠାକୁରଙ୍କ ସାମ୍ନାରେ ଚାଲିଥିବା ହୋମ ନିକଟରେ କେଇ ମିନିଟ୍ ବସିବାକୁ ଚାହୁଁନାହାନ୍ତି । ହୋମରୁ ବାହାରୁଥିବା ଘିଅ ଓ ନଡ଼ିଆ ମିଶ୍ରିତ ଧୂଅାଁ ଆମ ଶରୀର ଭିତରେ ଥିବା ପ୍ରତିଟି ଶିରା, ପ୍ରଶିରା ଓ ଧମନୀକୁ ପ୍ରଭାବିତ କରିଥାଏ ଯାହା ଫଳରେ ରକ୍ତ ସଂଚାଳନ ସୁଚାରୂ ରୂପେ ସମ୍ପାଦିତ ହୋଇଥାଏ ।
ହୋମ ଧୂଅାଁକୁ ଆଘ୍ରାଣ କରିବା ମାତ୍ରେ ତାହା ଆମ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ମସ୍ତିଷ୍କ ଭିତରେ ଥିବା ଅଳିଆ ଓ ଆବର୍ଜନାକୁ ବାହାର କରିଦିଏ । ତେଣୁ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଯଜ୍ଞ ନିକଟରେ ବସି ଆହୁତି ଆଘ୍ରାଣ କରିବା ଆବଶ୍ୟକ ।
ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରକୁ ଆଧୁନିକ ବିଜ୍ଞାନ ତରାଜୁରେ ତଉଲ କରି ସବୁବର୍ଗର ଲୋକଙ୍କ ମନରୁ ସଂଶୟ ଦୂର କରିବାରେ ସିଦ୍ଧହସ୍ତ ଆଚାର୍ଯ୍ୟ ଧର୍ମରାଜଙ୍କୁ ଭେଟିବାକୁ ଚାହୁଁଥିଲେ, ହ୍ୱାଟ୍ସଆପ୍ ନମ୍ବର: ୯୮୨୭୩ ୦୭୮୦୦କୁ ମେସେଜ ପଠାଇ ଆଗୁଆ ସାକ୍ଷାତ ସମୟ ବୁଝିନେବାକୁ ଅନୁରୋଧ ।