ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ସରିଛି ପ୍ରଚାର । ଏହାରି ମଧ୍ୟରେ ପୌର ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ । ସେ କହିଛନ୍ତି ଯେ, ‘ପୌର ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’ ତେବେ ଟଙ୍କା ବଣ୍ଟାର ଭାଇରାଲ ଭିଡିଓ ସୂଚନା କମିଶନଙ୍କ ପାଖକୁ ଆସିଛି । ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଛି । ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିଶନର କହିଛନ୍ତି ।