ରାୟଗଡ଼ାରେ ହେବ ଆଦାନିର ଆଲୁମିନା ରିଫାଇନାରି କାରଖାନା

ଏହି ବୈଠକରେ ମଞ୍ଜୁର ହୋଇଥିବା ସବୁଠୁ ବଡ଼ ପ୍ରକଳ୍ପ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ସ୍ଥାପନ କରିବ…..

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଉଚ୍‌ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚସିଏଲଏ) ବୈଠକରେ ୭୪,୬୨୦.୧୮ କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୦୪୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ବୈଠକରେ ମଞ୍ଜୁର ହୋଇଥିବା ସବୁଠୁ ବଡ଼ ପ୍ରକଳ୍ପ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ସ୍ଥାପନ କରିବ ।

ଆଦାନି ରାୟଗଡ଼ାର କାଶୀପୁରରେ ୪୧,୬୫୩ କୋଟି ଟଙ୍କା ନିବେଶ କରି ବାର୍ଷିକ ୪ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରି, ୧୭୫ ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୭୭୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।