ଚିନ୍ମୟୀଙ୍କୁ କ୍ରାଇମ୍ ବ୍ରାଞ୍ଚର ମାରାଥନ ଜେରା

ଭୁବନେଶ୍ୱେର( ଏସ୍ ନ୍ଯୁଜ ): ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଦିନକୁ ଦିନ କ୍ରାଇମ୍ ବ୍ରାଞ୍ଚ ହାତରେ ଲାଗୁଛି ନୂଆ ତଥ୍ୟ । ଏ ଭଳି ସମୟରେ କ୍ରାଇମ୍ ବ୍ରାଞ୍ଚ ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କୁ ଜେରା କରିଛି । କଟକ ମୁଖ୍ୟ କାର୍ଯ୍ୟାଳୟ ରେ ଦୀର୍ଘ ଏକ ଘଣ୍ଟା କାଳ ପଚରା ଉଚରା ଚାଲିଥିଲା ।

ଦୀର୍ଘ ଏକ ଘଣ୍ଟାର ଜେରା ରେ ଚିନ୍ମୟୀଙ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ ଗୁଡିଏ ପ୍ରଶ୍ନ । ଯେମିତି କି ଆଦିତ୍ୟଙ୍କ ସହ କିଭଳି ସମ୍ପର୍କ ଥିଲା ? ପ୍ରେମ ସମ୍ପର୍କ ଏକ ତରଫା ଥିଲା କି? ବାହାଘର ଯାଏଁ କଥା ଯାଇଥିଲା କି? ଯଦି ଯାଇଥିଲା ତେବେ ଭାଙ୍ଗିଲା କାହିଁକି? ଟିକ୍ ଟକ୍ ଭିଡିଓରେ ଦେଇଥିବା ଧକମ କାହା ପାଇଁ? ଆଦିତ୍ୟଙ୍କୁ ଏଭଳି ଧମକ ଦିଆଯାଇଥିଲା କି? ଆଦିତ୍ୟଙ୍କ ମୃତ୍ୟୁ ପଛରେ କାହାର ହାତ ବୋଲି ସନ୍ଦେହ କରୁଛ? ଆଦିତ୍ୟ ମୃତ୍ୟୁ ପାଇଁ ପରିବାର ବର୍ଗଙ୍କ ସନ୍ଦେହ କେତେ ଦୂର ଯଥାର୍ଥ? ଏ ଭଳି ଆଉ ଅନେକ ପ୍ରଶ୍ନ ର ଉତ୍ତରରଖିଥିଲେ ଚିନ୍ମୟୀ ।

ତେବେ ଚିନ୍ମୟୀ ଅନେକ ତଥ୍ୟ କ୍ରାଇମ୍ ବ୍ରାଞ୍ଚ ଦେଇଛନ୍ତି ଯାହାକି ଆଗାମୀ ଦିନରେ ତଦନ୍ତରେ ସହାୟକ ହେବ ବୋଲି ସେ ଆଶାବାଦୀ ଅଛନ୍ତି । କ୍ରାଇମ୍ ବ୍ରାଞ୍ଚ ତଦନ୍ତକୁ ସମର୍ଥନ କରିବା ସହ ଆଗକୁ ସେ ତଦନ୍ତ ରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ଜେରା ସମୟରେ ଚିନ୍ମୟୀ ତାଙ୍କ ଓକିଲଙ୍କ ସହ କଟକ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇଥିଲେ ।

ଅନ୍ୟପକ୍ଷେ ଆଦିତ୍ୟଙ୍କ ମା’ ଏକ ଅଭିଯୋଗ ଆଣିଛନ୍ତି । ପଦ୍ମାଳୟା କହିଛନ୍ତି ତାଙ୍କୁ ଫୋନ୍ ରେ ଜଣେ ସରକାରୀ ଅଧିକାରୀ ଧମକ ଦେଇଛନ୍ତି । ଫୋନ୍ କରି କହିଛନ୍ତି ‘ଭୁବନେଶ୍ୱରରେ ସେ ଚାପରେ ଥିଲେ, ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା । ଅଧିକ ଘଣ୍ଟା ଘଣ୍ଟି କରିଲେ ଜୀବନ ପ୍ରତି ବିପଦ ।’ତେବେ ଆଦିତ୍ୟଙ୍କ ମା’ ଏ କଥା ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କୁ ଜଣାଇବା ପରେ ବୌଦ୍ଧ ଥାନା ରେ ସେମାନେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି । ଫୋନ୍ ର ସମସ୍ତ ବାର୍ତ୍ତାଳାପ ରେକର୍ଡ ହୋଇଛି ।