ଭୁବନେଶ୍ୱର : ସମସ୍ତ ଗଣମାଧ୍ୟମ ନିଜର ଟିରାପି ବଢ଼େଇବା ପାଇଁ ଲାଗୁଛନ୍ତି। ବାବୁଶାନ୍, ଟୁଙ୍ଗୁରୁ ଭଳି ବେକାର ଖବର ପରିବେଷଣ କରୁଛନ୍ତି, କିନ୍ତୁ ନିଜ ପରିବାର ଉଜୁଡ଼ି ଯାଉଛି ସେଥିରେ ନିଘା ରଖୁ ନାହାନ୍ତି। ଅର୍ଧେନ୍ଦୁ ଙ୍କ ଗିରଫ କୁ ଏକ ମାସ ବିତିବାକୁ ଯାଉଛି ଏବଂ ବର୍ତମାନ ଜାମିନ ମିଳିନାହିଁ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସ କୁ । ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟର ଗଗନଦୀପ ସିଂ ଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଙ୍କୁ ଗିରଫ କରିଥିଲେ । ଅର୍ଧେନ୍ଦୁ ଙ୍କୁ ଯେଉଁଭଳି ଭାବରେ ପାଟି ଚୁପ କରାଇ ଅପଦସ୍ତ କରାଯାଇ ଗିରଫ କରାଗଲା ତାହା ମିଡ଼ିଆ ଜଗତରେ ବୋଧହୁଏ ପ୍ରଥମ ଥର ପାଇଁ ଘଟିଲା । ତେବେ ୯୭ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରେ ବଡଖବର ଅଫିସ ରେ ମଧ୍ୟ ଚଢ଼ାଉ କରିଥିଲେ ଇଓଡବ୍ଲ୍ୟୁ ।ବଡଖବର ସମ୍ପାଦକ ଗିରଫ ହେବାପରେ ଅଫିସ ଚାଲିଥିବା ଘର ମାଲିକ ବିଶ୍ୱଜିତ ସାହୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅର୍ଧେନ୍ଦୁ ଙ୍କ ଜାମିନ ଖାରଜ ହେଇ ଯାଇଥିବା ବେଳେ ଏପଟେ ବନ୍ଦ ହେଇ ପଡିଛି ବଡଖବର । ଅଫିସ ରୁ ବିଦ୍ୟୁତ କାଟି ଦିଆଯାଇଛି । ଅଧିକାଂଶ ରିପୋର୍ଟର ସଂସ୍ଥା ଛାଡି ଅଲଗା ଗଣମାଧ୍ୟମ କୁ ଚାଲିଗଲେଣି ।
ଏପଟେ ବଡଖବର ର ସୋସିଆଲ ମିଡ଼ିଆ ରେ ଜୁଲାଇ ୩ ରୁ ଆଉ କିଛି ଖବର ଆସୁନାହିଁ । ଏବେ ସବୁଠି ଗୋଟିଏ ପ୍ରଶ୍ନ ବନ୍ଦ ହେଇଯିବ କି ବଡଖବର ! ଲୋକଙ୍କ ପାଇଁ କହୁଥିବା ଚାନେଲ ର ଅନ୍ତ ହେଇଯିବ କି ? ନା ପୁଣି ଅର୍ଧେନ୍ଦୁ ଥାନାରୁ ଫେରିଲା ପରେ ଆଉଥରେ ଅର୍ଣ୍ଣବ ଙ୍କ ଭଳି ସରକାର ଙ୍କ ବିରୁଧରେ ଗରଜିବେ ! ଏହା ଦ୍ବାରା ଗଣ ମାଧ୍ୟମ ପ୍ରତି ସରକାରଙ୍କ କଣ୍ଠରୋଧ ନୁହେଁ ତ! ଯିଏ ସରକାରୀ କଳ ର ଭୁଲ ଦେଖେଇବାକୁ ଚେଷ୍ଟା କରିବ ସେ ଗଣମାଧ୍ୟମ ଶେଷରେ କଣ ଜେଲ ରେ ପଶିବ କି ?? ଏଭଳି ଅନେକ ପ୍ରଶ୍ନ ପ୍ରଶ୍ନ ହୋଇ ରହି ଯାଇଛି। ଅନ୍ୟପଟେ ସମସ୍ତ ଗଣମାଧ୍ୟମ ବାବୁଶାନ୍, ଟୁଙ୍ଗୁରୁ ଭଳି ବେକାରୀ ଖବର ପରିବେଷଣ କରୁଛନ୍ତି, କିନ୍ତୁ ନିଜ ପରିବାର ଉଜୁଡ଼ି ଯାଉଛି ସେଥିରେ ନିଘା ରଖୁ ନାହାନ୍ତି। ଏଥିପାଇଁ ବହୁ ସ୍ଥାନରେ ନିଜକୁ ସମଲୋଚିତ ମଧ୍ୟ କରୁଛନ୍ତି। ଦେଖାଯାଉ ଅନ୍ଧ ଗଣମାଧ୍ୟମ, ମୁକ ସରକାର ଶେଷରେ ଗଣମାଧ୍ୟମ ର ଆଉ କେଉଁଭଳି ଦୁର୍ଦ୍ଦଶା କରୁଛନ୍ତି।ସାମ୍ବାଦିକ ହେବା ଏକ ସାଧାରଣ କଥା ନୁହେଁ ପରିଶ୍ରମ ଅନୁସାରେ ସେତିକି ଆୟ କି ସନମାନ ମିଳେନି ଆମକୁ କିନ୍ତୁ ଜଣେ ନିର୍ଭୀକ, ନିଷ୍ଠାପର ଓ ନିରପେକ୍ଷ ସାମ୍ବାଦିକ ଓ ଗଣ ମାଧ୍ୟମ ର ଗୁରୁତ୍ୱ ଓ ଆତ୍ମ ସନ୍ନମାନ ଅଛି ଏହାକୁ ବଜାୟ ରଖିବା ସାମ୍ବାଦିକ ଙ୍କ ର କର୍ତ୍ତବ୍ୟ ହେବା ଉଚିତ।