କଟକ( ଏସ୍ ନ୍ୟୁଜ ): କଟକର ନୟାସଡ଼କସ୍ଥିତ IIFL ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ। ଦିନକୁ ଦିନ ଗିରଫଦାରୀ ସଂଖ୍ୟା ବଢ଼ିବାବା ବେଳେ କଟକ ଲାଲବାଗ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହା।
ଦୁଇ ଜଣ ଯାକ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଏହି ଲୁଟ୍ ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଲୋନ ଜାଲିଆତିରେ ଦେବାଶିଷର ଥିଲା। ସମ୍ପୃକ୍ତି ଦେବାଶିଷକୁ ଏକ ବାଇକ ଦେଇଥିଲା ଲାଲା ଦେବାଶିଷ ମଧ୍ୟ ସେହି ବାଇକ ଟିକୁ ବ୍ୟବହାର କରୁଥିଲା, ଯାହାକୁ ଜବତ କରିଛି ପୁଲିସ।
ଏଠାରେ ସୂଚନାଥାଉକି , ଗତ ୧୯ ତାରିଖରେ ସକାଳ ୧୦ଟା ୩୦ ମିନିଟ୍ ସମୟରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର IIFLକୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।