ବଢ଼ିଲା ବସ ଭଡା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ବସ ଭଡା ବଢିଛି ବସ ଭଡା। ହୁ ହୁ ହୋଇ ବଢିଚାଲିଥିବା ତେଲ ଦର ଯୋଗୁ ବର୍ଦ୍ଧିତ ହୋଇଛି ଭଡା।
ତେବେ ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡା କିମି ପିଛା ୭୫ ପଇସାରୁ ବଢି ୭୬ ପଇସା ହୋଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଛି । ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ ପଇସାରୁ ବଢି ୧ ଟଙ୍କା ୨୯ ପଇସା ହୋଇଛି ।