ପୁଣି ସୀମାରେ ଆନ୍ଧ୍ରର ଦାଦାଗିରି-shaksi news

କୋରାପୁଟ( ଏସ୍ ନ୍ୟୁଜ ): ଆଜି ପୁଣି ଥରେ ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ସୀମାକୁ ନେଇ ବହୁବାର ବିବାଦ ତେଜିଥିବା ଆଜି ପୁଣି ଥରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଜାମ୍ବୁଗୁଡ଼ାରେ ଏହି ବିବାଦ ସୃଷ୍ଟି ହୋଇଛି ।ଆଜି ଆନ୍ଧ୍ର ଗ୍ରାମବାସୀ ବନ କର୍ମଚାରୀଙ୍କ ସହ ମିଶି ଓଡ଼ିଶା ସୀମାନ୍ତ ଜାମୁଗୁଡ଼ାରେ ପ୍ରବେଶ କରି ପଥର ଗଦେଇ ଜମି ଚିହ୍ନଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆନ୍ଧ୍ରର କିଛି ଲୋକେ ଜାମ୍ବୁଗୁଡ଼ା ନିକଟ ଓଡ଼ିଶା-ଆନ୍ଧ୍ର ସୀମାରେ ପଥର ରଖି ସୀମା ଚିହ୍ନଟ କରୁଥିଲେ । ଏହାକୁ ଜାମ୍ବୁଗୁଡ଼ା ଅଞ୍ଚଳର କିଛି ଲୋକ ବିରୋଧ କରିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ସୃଷ୍ଟି ହୋଇଥିବା ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଥିବା ଜଣାପଡ଼ିଛି ।

 ଅନ୍ୟପକ୍ଷରେ ଦାଦାଗିରି କରୁଥିବା ଆନ୍ଧ୍ରର ୪ଜଣ ଲୋକଙ୍କୁ ଧରି ଜାମୁଗୁଡ଼ା ଗ୍ରାମବାସୀ ଅଟକ ରଖିଥିଲେ। ପରେ ପଟାଙ୍ଗି ପୁଲିସ ଯାଇ ବୁଝାସୁଝା ପରେ ୪ ଜଣଙ୍କୁ ଛାଡ଼ିଦିଆ ଯାଇଛି। ଖବର ପାଇ ତହସିଲଦାର ହରି ପଦ ମଣ୍ଡଳଙ୍କ ସହ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ଓଡ଼ିଶାର ସର୍ଭେ ପଥର ଜାମୁଗୁଡା ପାହାଡ଼ ଉପରେ ରହିଛି। କିନ୍ତୁ ଆନ୍ଧ୍ର ଗ୍ରାମବାସୀ ଓ ଡୁମୁରି ମଣ୍ଡଳ ବନକର୍ମଚାରୀ ଓଡ଼ିଶା ଜମିରେ ଚିହ୍ନ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହାପୂର୍ବରୁ ସମ୍ବାଇ ଓ କୁଟିଆରେ ବି ଆନ୍ଧ୍ର ଅନୁପ୍ରବେଶ କରିଥିଲା।