ମୁଁ କାହାକୁ ଠକିନାହିଁ: ଆକାଶ ପାଠକ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): କୋର୍ଟରେ ଉପସ୍ଥିତ ହେଲେ ଅଭୟକାନ୍ତ ଓ ଆକାଶ ପାଠକ । ବେଆଇନ ଅର୍ଥ ଓ ଜାଲ ନିଯୁକ୍ତି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ କୋର୍ଟରେ ଉପସ୍ଥିତ ହୋଇଛନ୍ତି ।

ତେବେ ଉଭୟଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଭିଜିଲାନ୍ସ ମାମଲାରେ ସେମାନଙ୍କୁ ଭୁବନେଶ୍ୱରର ଝାରପଡ଼ାରେ ଜେଲରେ ରଖାଯାଇଥିଲା । ୧୪ ଦିନ ପାଇଁ ଦୁହେଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ । କୋର୍ଟରେ ଉପସ୍ଥିତ ହୋଇ ଆକାଶ ନିଜର ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି, ସେ କାହାକୁ ଠକିନାହାନ୍ତି ।

ସୂଚନାଯୋଗ୍ୟ, ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ଭୁବନେଶ୍ୱରସ୍ଥିତ ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ ଗଣମାଧ୍ୟମକୁ କହିଥିଲେ, ଆକାଶ ଟାଟା ମୋଟର୍ସର ଏମ୍‌ଡି ନ ଥିବା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ବକେୟା ଟଙ୍କା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲି।

ଗତ ଜୁନ୍‌ରୁ ଆକାଶ ନିଜକୁ  ଟାଟା ମୋଟର୍ସର ଏମ୍‌ଡି ବୋଲି ନିଜକୁ ପରିଚୟ ଦେଇ  ଚାର୍ଟଡ ଫ୍ଲାଇଟ , ବିମାନ, ଟିକେଟ, ହୋଟେଲ ବୁକିଂ କରୁଥିଲେ। ସେ ଭୁବନେଶ୍ୱରରୁ ଜାମସେଦପୁର, ପୁନେ, ପଟଣା, ଦିଲ୍ଲୀ ଆଦି ସ୍ଥାନକୁ ଯାଇଥିଲେ। ବିଭିନ୍ନ ସମୟରେ ଆକାଶ ବୁକିଂ କରୁଥିବା ବେଳେ ଟଙ୍କା ମଧ୍ୟ ପେମେଣ୍ଟ କରିଦେଉଥିଲେ। ମାତ୍ର ଶେଷ ୨ ଥରର ପେମେଣ୍ଟ ଦେଇ ନ ଥିଲେ। ଟଙ୍କା ମାଗିବାରୁ ଆକାଶ ପାଠକ ପାଲଟା ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।