ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଧାନସଭା ଅଧିବେଶନ ପୂର୍ବରୁ ହୋଇଯାଇଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସାମିଲ ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ । କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ଚଳିତ ମୌସୁମୀ ଅଧିବେଶନରେ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ସେ ନେଇ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଚଳିତ ଅଧିବେଶନରେ ମୋଟ୍ ୮ ଟି କାର୍ଯ୍ୟଦିବସ ରହିବ ।୨୯ ତାରିଖ ଦିନ ୧୧ ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ପ୍ରଥମର୍ଦ୍ଧାରେ ଶୋକ ପ୍ରସ୍ତାବ ପାରିତ ପରେ ଗୃହ ମୁଲତବୀ ହେବ। ଅପରାହ୍ନ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ ଟାରେ ଶେଷ ହେବ ।

ଅନ୍ୟ ଦିନରେ ଗୃହ କାର୍ଯ୍ୟ ଦିନ ୧୦.୩୦ ରୁ ଆରମ୍ଭ ହୋଇ ଦିନ ୧ ଟା ଯାଏ ଚାଲିବ । ଦ୍ବିତୀୟାର୍ଦ୍ଧ ଅପରାହ୍ନ ୩ଟା ରୁ ୫ଟା ଯାଏ ଗୃହ କାର୍ଯ୍ୟ ଚାଲିବ।ପ୍ରଶ୍ନକାଳ ରହିବ କି ନାହିଁ ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ । କାଲି ସକାଳ ୮ଟାରୁ କୋଭିଡ ପରୀକ୍ଷା ହେବ ବୋଲି ସେ କହିିିଛନ୍ତି।