କାଲି ଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଖରାକୁ ଦେଖି ରାଜ୍ୟରେ ଖରା ଛୁଟି ଘୋଷଣା ହେଇଛି । ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟିା ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛିା ତେବେ ଏହାପୂର୍ବରୁ ବଢୁଥିବା ତାତି ପାଇଁ ଦୁଇ ଦିନ ଛୁଟି ଘୋଷଣା ହେଇଥିଲା । ଯାହା ପରେ କାଲି ଠାରୁ ସ୍କୁଲ ଖୋଲି ଥାଆନ୍ତା । କିନ୍ତୁ ବଢୁଥିବା ଖରା ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପ୍ରଥମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ।