ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଆଜିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏହି ଅବସରରେ ରାଜ୍ୟର ସମସ୍ତ ଆଇଟିଆଇ, ପଲିଟେକନିକ, ଇଞ୍ଜିନିୟରିଂ, ବୈଷୟିକ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଅନୁଷ୍ଠାନଗୁଡ଼ିକର କ୍ଲାସରୁମ୍, ହଷ୍ଟେଲ, ଲାବୋରେଟୋରିକୁ ଭଲଭାବେ ବିଶୋଧନ କରାଯାଇଛି । ତେବେ ନିୟମିତ ଭାବେ ଚାଲିବାକୁ ଥିବା କ୍ଲାସରୁମ ପାଠପଢ଼ାରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସିଲାବସରେ ଶିକ୍ଷାଦାନ ଦିଆଯିବ । ତେବେ କୋଭିଡ୍ ଗାଇଡଲାଇନ୍ ସହ ଏହା କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ସମସ୍ତ କଟକଣାକୁ କୋହଳ କରିଥିଲେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା । ବର୍ତ୍ତମାନ ସ୍ଥିତି ସୁଧୁରୁଥିବାରୁ ସମସ୍ତ ଡିଗ୍ରୀ, ଡିପ୍ଲୋମୋ, ପଲିଟେକନିକ୍ ଓ ଆଇଟିଆଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି ।