ଭୁବନେଶ୍ୱର: ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚର୍ନ ଦେଇ କହିଛନ୍ତି ଯେ, ‘କମିଶନଙ୍କ ପକ୍ଷରୁ ନିର୍ବାଚନ ସଙ୍କେତ ପ୍ରକାଶ କରାଯାଇଛି । ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ଆଲଫାବେଟିକାଲ ଅନୁସାରେ ଚିହ୍ନ ପ୍ରଦାନ କରାଯିବ ।
ଚିହ୍ନଗୁଡିକ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଖବର ଅନୁଯାୟୀ, ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ନିର୍ବାଚନ କମିଶନର ୱାର୍ଡ ମେମ୍ବର, ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ। ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଚିହ୍ନଟ ରହିଥିବା ବେଳେ ସରପଞ୍ଚ ପାଇଁ ୩୨ଟି ଚିହ୍ନ ରହିଛି । ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି। ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ ପ୍ରକାର ସଂକେତ ଜାରି ହୋଇଛି ରହିଛି । ଏହି ସଂକେତ ଭିତରେ ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍, ବସ ଭଳି ଅନେକ ପ୍ରକାରର ସଂକେତ ଜାରି କରାଯାଇଛି । ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ଆସନ।
ସେହିପରି, ଅନ୍ୟ ରାଜ୍ୟରୁ ଆବଶ୍ୟକୀୟ ବାଲଟ ବକ୍ସ ଆସି ସାରିଲାଣି । ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି । କୋଭିଡ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।’