ମା ହେଲେ ବଲିଉଡ ଅଭିନେତ୍ରୀ ଅମ୍ରିତା


ନୂଆଦିଲ୍ଲୀ: ମା ହେଲେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ। ସେ ଏକ ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ରିତା ରାଓ ଏବଂ ଆରଜେ ଅନମୋଲ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ।

ସେହିପରି ଉଭୟ ଅମ୍ରିତା ଏବଂ ଆରଜେ ଅନମୋଲଙ୍କୁ ସମସ୍ତେ ଆଶୀର୍ବାଦ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାନୁସାରେ, ରବିବାର ସକାଳେ ଅମ୍ରିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ରିତାଙ୍କ ସ୍ୱାମୀ ଅନମୋଲ ଏହି ସମୟ ମଧ୍ୟରେ ଅପରେସନ୍ ଥିଏଟରରେ ଉପସ୍ଥିତ ଥିଲେ। ଉଭୟ ଅମ୍ରିତା ଓ ଶିଶୁ ସୁସ୍ଥ ଅଛନ୍ତି।